ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କନ୍ୟା ବିବାହ ପାଇଁ ସରକାର ଦେବେ ୫୧ ହଜାର ଟଙ୍କା। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର।
ହିତାଧିକାରୀଙ୍କ ଯୋଗ୍ୟତା ମାନଦଣ୍ଡ (Beneficiary Eligibility Criteria) :
ବର ଏବଂ କନ୍ୟା ଉଭୟ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଆବଶ୍ୟକ।
ବୟସ ସୀମା:
କନ୍ୟା:୧୮ ରୁ ୩୫ବର୍ଷ
ବର: ୨୧ ରୁ ୩୫ ବର୍ଷ
ବର ଏବଂ କନ୍ୟା ପ୍ରଥମ ଥର ପାଇଁ ବିବାହ କରୁଥିବା ବ୍ୟକ୍ତି ହୋଇଥିବା ବାଞ୍ଛନୀୟ। ତଥାପି, ପୁନର୍ବିବାହ କରିବାକୁ ଚାହୁଁଥିବା ବିଧବା ମହିଳାମାନଙ୍କୁ ମଧ୍ୟ ଏହି ଯୋଜନାରେ ବିଚାର କରାଯିବ।ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ବର କିମ୍ବା କନ୍ୟା, ଅଥବା ସେମାନଙ୍କ ପରିବାର ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଅନ୍ୟ କୌଣସି ବିବାହ ସହାୟତା ଯୋଜନାରୁ ଲାଭ ପାଇ ନଥିବା ଆବଶ୍ୟକ। ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କମାନଙ୍କୁ ଚିଠି ଲେଖି ଗାଇଡଲାଇନ ବାବଦରେ ଅବଗତ କରାଯାଇଛି ।
ତେବେ ଆବେଦନଗୁଡିକ ‘ପ୍ରଥମେ ଆସ, ପ୍ରଥମେ ପାଅ’ (First-come, first-serve) ଭିତ୍ତିରେ ବିଚାର କରାଯିବ। ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ।
ଅଧିକ ପଢନ୍ତୁ: ଆତଙ୍କବାଦ ବିରୋଧୀ ବ୍ୟବସ୍ଥାକୁ ସମର୍ଥନ