କଟକ: ବାରବାଟୀରେ ସରିଲା ଅଫଲାଇନ ଟିକେଟ ବିକ୍ରି । ଦିନକରେ ସରିଗଲା ୧୦ହଜାର ଟିକେଟ୍ । ଏବେ ଖାଲି ମ୍ୟାଚ୍ ଅପେକ୍ଷାରେ ଦର୍ଶକ । ଯିଏ ଟିକେଟ ପାଇଲା ଖୁସ ଆଉ ଯିଏ ନ ପାଇଲା ମନ ଦୁଃଖ କରି ଘରକୁ ଫେରିଲା । ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T 20 ମ୍ୟାଚ ପାଇଁ ଅଫଳାଇନରେ ଟିକେଟ ବିକ୍ରି ଶେଷ ହୋଇଛି ।
ଏହା ପୂର୍ବରୁ ଡିସେମ୍ବର ୧ରେ ଅନଲାଇନରେ ୨ ହଜାର ଟିକେଟ ବିକ୍ରି କରାଯାଇଥିଲା । ଡିସେମ୍ବର ୩ ଓ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଘଙ୍କୁ ଟିକେଟ ବିକ୍ରି କରାଯାଇଥିଲା । ଟିକେଟ ବିକ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଟକ ଡିସିପି ନିଜେ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଏହାସହ ମ୍ୟାଚ ଦିନ ୪୦ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ ।
ଅଧିକ ପଢନ୍ତୁ: ଝିଅ ବାହାଘର ଯୋଜନାରେ ମିଳିବ ୫୧ ହଜାର ଟଙ୍କାର ଆର୍ଥିକ ସହାୟତା