ବିଶାଖାପଟନମ: ଟିମ୍ ଇଣ୍ଡିଆ ପାଇଁ ୨୦୨୫ ଡିସେମ୍ବର ୬ ତାରିଖ ସ୍ମରଣୀୟ ଦିନ । ଦିନିକିଆ କ୍ରିକେଟରେ ଭାରତୀୟ ଦଳ ଗତ ଦୁଇ ବର୍ଷ ହେବ ଟସ୍ ଜିତି ନ ଥିଲା । ଦଳ ଲାଗାତାର ୨୦ ମ୍ୟାଚ୍ ହେବ ଟସ୍ ହାରି ଚାଲିଥିଲା । ଶେଷରେ ଡିସେମ୍ବର ୬ରେ ଏହି ଧାରାରେ ବ୍ରେକ ଲାଗିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଦିନିକିଆରେ ଭାରତୀୟ ଦଳ ଟସ୍ ଜିତିଛି । ଏହି ସମୟରେ ଅଧିନାୟକ କେଏଲ ରାହୁଲ, ଟସ୍ ପ୍ରେଜେଣ୍ଟର ମୁରଲୀ କାର୍ତ୍ତିକ ଓ ଷ୍ଟାଡିୟମରେ ତିବା ପ୍ରଶଂସକ ପ୍ରତିକ୍ରିୟା ବେଶ ଉତ୍ସାହଜନକ ଥିଲା ।
ଭାରତୀୟ ଦଳ ଦିନିକିଆ ଅନ୍ତର୍ଜାତୀୟରେ ଶେଷ ଥର ୨୦୨୩ ନଭେମ୍ବରରେ ଟସ୍ ଜିତିଥିଲା । ଉକ୍ତ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱକପର ସେମି ଫାଇନାଲ୍ ମ୍ୟାଚ୍ ଖେଳୁଥିଲା । ଏହା ପରଠୁ ଭାରତୀୟ ଦଳର ଟସ୍ ହାରିବା ଧାରା ଜାରି ରହିଥିଲା । ଶେଷରେ ୨୦୨୫ ଡିସେମ୍ବର ୬ରେ ଏହି କାହାଣୀର ପରିସମାପ୍ତି ଘଟିଛି । କାରଣ ଟସ୍ ହାରିବାରେ ଭାରତୀୟ ଦଳ ବିଶ୍ୱ ରେକର୍ଡ କରି ଚାଲିଛି ।
ଟସ୍ ଜିତିବା ପରେ ଅଧିନାୟକ କେଏଲ ରାହୁଲ ବହୁତ ଖୁସି ହୋଇ ଯାଇଥିଲେ । ଯେମିତି ଶେଷରେ ଘୋଷଣା ହେଲା ଭାରତ ଟସ୍ ଜିତିଛି ପ୍ରଶଂସକଙ୍କ ପ୍ରତିକ୍ରିୟା ବେଶ ଦେଖିବା ଯୋଗ୍ୟ ଥିଲା । ଷ୍ଟାଡିୟମରେ ବେଶ ସ୍ୱର ଦେଖିବାକୁ ମିଳିଥିଲା । ଅନ୍ୟପଟେ ପ୍ରେଜେଟେଣ୍ଟର ମୁରଲୀ କାର୍ତ୍ତିକ ବହୁତ ଲକି ସାବ୍ୟସ୍ତ ହୋଇଛନ୍ତି । କାରଣ ଟେଷ୍ଟରେ ଟସ୍ ହାରିବାର ଧାରା ସେହି ମ୍ୟାଚରେ ବ୍ରେକ ଲାଗିଥିଲା ଯେଉଁଥିରେ କାର୍ତ୍ତିକ ଟସ୍ ପ୍ରେଜେନଟେଟର ଥିଲେ । ଆଉ ଶନିବାର ତୃତୀୟ ଦିନକିଆରେ କାର୍ତ୍ତିକ ମଧ୍ୟ ଟସ୍ ପ୍ରେଜେନଟେଟର ଥିଲେ । ଅଧିନାୟକ କେଏଲ ରାହୁଲ ମଧ୍ୟ ଏହାର ଶ୍ରେୟ ମୁରଲୀ କାର୍ତ୍ତିକଙ୍କୁ ଦେଇଛନ୍ତି ।
ଉଲ୍ଲେଖନୀୟ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟସ୍ ହାରିବା ଧାରା ଆରମ୍ଭ ହୋଇଥିଲା । ଏହା ପରେ ଶୁଭମନ ଗିଲ୍ ଭାରତୀୟ ଦଳର ଅଧିନାୟକ ହେଲେ ଏବଂ ଏବେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି । ଏହି ତିନି ଅଧିନାୟକ ମିଶି ୨୦ ଟସ୍ ହାରିଛନ୍ତି । ମାତ୍ର କେଏଲ ରାହୁଲ ଏହି ପରମ୍ପରାରେ ପୂର୍ଣ୍ଣଛେଦ ପକାଇଛନ୍ତି ।
Also read: ପୂର୍ବରୁ ଶତକର ହ୍ୟାଟ୍ରିକ୍ ମାରିଛନ୍ତି କୋହଲି, ବିଶାଖପାଟଣାରେ ଦର୍ଶକଙ୍କୁ କେମିତି ଖୁସି କରିପାରିବେ ବିରାଟ?