ଭୁବନେଶ୍ବର: ପଞ୍ଚାୟତ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜୁନ୍ ୨୩ରେ ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ଉପନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି। ଏଥି ପାଇଁ ମେ’ ୨୨ (ଗୁରୁବାର) ବିଜ୍ଞପ୍ତି ପ୍ରକାଶ ପାଇବ।
ସୂଚନାଯୋଗ୍ୟ, ରାଜ୍ୟର ୨୦ ଜିଲ୍ଲାର ୪୩ ସରପଞ୍ଚ ଓ ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ସଭ୍ୟ ପାଇଁ ଉପନିର୍ବାଚନ ହେବ। ଆସନ୍ତା ୨୬, ୨୮,୨୯ , ୩୦ ଓ ୩୧ ତାରିଖରେ ନାମାଙ୍କନପତ୍ର ଦାଖଲ କରାଯିବ । ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ।
ଆସନ୍ତା ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ। ଜୁନ୍ ୨୪ରେ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇବ। ବିଭିନ୍ନ ପଞ୍ଚାୟତରେ କୌଣସି କାରଣରୁ ସରପଞ୍ଚ ଇସ୍ତଫା ଦେଇଥିଲେ। ସେହି କାରଣରୁ ଖାଲି ପଡିଥିବା ସରପଞ୍ଚ ପଦବୀ ପୂରଣ ପାଇଁ ଉପନିର୍ବାଚନ ହେବ।