ଭୁବନେଶ୍ୱର: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା। ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାଶ୍ୱବର୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହିତ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ଏହାର ପାଶ୍ୱବର୍ତୀ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ମଧ୍ୟରେ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ୯ ତାରିଖ ଯାଏଁ ଘଡ଼ଘଡ଼ି, କୁଆପଥର ସହ ବର୍ଷା ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା।
ଆଜିଠୁ ଆଗାମୀ ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ପାଇଁ ୧୨ ଜିଲ୍ଲା ଏବଂ କାଲି ପାଇଁ ୨୪ ଜିଲ୍ଲାକୁ ସତର୍କ କରାଯାଇଛି। ଆସନ୍ତାକାଲି ଉତ୍ତର ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀରେ କାଳବୈଶାଖି ବର୍ଷା ହେବ। ୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ୯ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ୮ରେ ଅଧା ଓଡ଼ିଶାରେ ହେବ ବର୍ଷା। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଦିଆଯାଇଛି। ଝଡ଼ବର୍ଷ ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଅଧିକ ପଢନ୍ତୁ: ତାଣ୍ଡବ ରଚିଲା କାଳବୈଶାଖୀ; ହୋର୍ଡିଂ ଭୁଶୁଡ଼ି ଜଣେ ମୃତ, ଭାଙ୍ଗିଲା ଯାତ୍ରା ପାର୍ଟି ପେଣ୍ଡାଲ, ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ