ନବରଙ୍ଗପୁର: ଡକାୟତ ଉଦ୍ୟମ ବେଳେ ମାଡି ବସିଲା ପୋଲିସ । ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୋଲିସ ଡକାୟତି ଉଦ୍ୟମ ବେଳେ ୫ ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଏନେଇ ଆଜି ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନାରେ ନବରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏକ ଡକାୟତି ଦଳ ମୈଦଲପୁର ଅଞ୍ଚଳରେ ଡକାୟତ ଉଦ୍ୟମ କରୁଥିବା ବେଳେ ମୈଦଲପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜାଣିବାକୁ ପାଇଥିଲା । ଏହା ପରେ ପାଟ୍ରୋଲିଂ ଟିମ୍ ୫ ଜଣ ଅଭିଯୁକ୍ତକୁ ଧରିଥିଲେ । ଅନ୍ୟ ସାଥୀମାନେ ମଧ୍ୟ ଫେରାର ହୋଇଯାଇଛନ୍ତି । ସେମାନଙ୍କ ନିକଟରୁ ଏକ ବୋଲେରୋ ଗାଡି, ୫ ଗୋଟି ମୋବାଇଲ, ଗୋଟେ ବାଇକ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସବୁ ଜବତ କରାଯାଇଚି । ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି କହିଛନ୍ତି । ଏହା ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସତ୍ୟଜିତ କାଣ୍ଡେଲକେଲ ଓ ଆଇଆଇସି ଯୁଗକ ଶବର ଉପସ୍ଥିତ ରହିଥିଲେ ।