ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସଦର ଥାନା ଯାହାନପୁର ଗାଁରେ ଏକ ଅଘଟଣ ଘଟିଯାଇଛି । କୋଦାଳରେ ହାଣି ପୁତୁରାକୁ ହତ୍ୟା କରିଛି ଦାଦା। ମୃତ ପୁତୁରାଙ୍କ ନାମ ସୁମନ୍ତ ଦାସ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ସୁମନ୍ତ ଜଗତସିଂହପୁର ସ୍ଥିତ ଏସଭିଏମ କଲେଜରେ ଯୁକ୍ତ ଦୁଇରେ ପାଠ ପଢୁଥିଲେ। ଗୁରୁବାର ସକାଳେ ସୁମନ୍ତ କଲେଜ ବାହାରୁଥିବା ବେଳେ ଦାଦା ସଂଜୟ ତାଙ୍କୁ ଏକ କୋଦାଳରେ ଆକ୍ରମଣ କରିଥିଲା। ଯାହା ଫଳରେ ସୁମନ୍ତଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ସଙ୍ଗେସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ମଣ୍ଡା ସାହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଖବର ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଚଳାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।