ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଖୁଜେନ ଗାଁରେ ଏକ ଅଘଟଣ ଘଟିଯାଇଛି । ଘର ଆଗରେ ଶୋଇଥିବା ବେଳେ ଦାଦାର ଗଳା କାଟିଦେଲେ ପୁତୁରା । ମୃତକ ଜଣଙ୍କ ତୁଲାରାମ ଜାନି । ସୂଚନା ଅନୁସାରେ ଗତାକଲି ରାତିରେ ତୁଲାରାମ ଘର ବାହାରେ ଶୋଇଥିଲେ । ଏହି ସମୟରେ ତୁଲାରାମଙ୍କ ୪ ଜଣ ପୁତୁରା ମିଶି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିଛି ସମୟ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁଲାରାମ କବାଟ ବାଡେଇ ସ୍ତ୍ରୀ ଓ ଝିଅକୁ ଡାକିଥିଲେ । ଏହାପରେ ସଙ୍ଗେସଙ୍ଗେ ତୁଲାରାମଙ୍କୁ ତୁରକେଲା ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜମିବାଡି ବିବାଦକୁ ନେଇ ତୁଲାରାମଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଝିଅ ଅଭିଯୋଗ କରିବା ପରେ ୪ ଜଣ ପୁତୁରାଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।