ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଠାବ ହୋଇଛି । ଆସିୟାନା କଲୋନୀର ଏକ ବିଲ୍ଡିଂରେ ତିଆରି ହେଉଥିଲା ଡୁପ୍ଲିକେଟ ମୋବିଲ। ବିଶ୍ରା ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିଲା କମ୍ପାନୀ। ସେଠାରୁ ୪ ହଜାର ଲିଟର ନକଲି ମୋବିଲ୍ ଏବଂ ଅନେକ ଖାଲି ବୋତଲ ଜବତ ହୋଇଛି । ଦୀର୍ଘ ଦିନ ଧରି ନାମୀ ଦାମୀ ମୋବିଲ କମ୍ପାନୀର ଲୋଗ ଲଗାଇ ନକଲି ସାମଗ୍ରୀ ବିକ୍ରୀ କରି ଆସୁଥିଲେ ।
ରାଉଲକେଲା ପୋଲିସ ଦ୍ବାରା ଚଢ଼ାଉ କରାଯାଇ ହଜାର ହଜାର ମୋବିଲ ବୋଟଲ, ପୋଡା ମୋବିଲ ସହ ନକଲି ମୋବିଲ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।