ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଓଡ଼ିଶା ଯାତ୍ରୀ’ ଆପ୍ ଲୋଗୋ ଉନ୍ମୋଚିତ ହୋଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ନୂତନ ଲୋଗୋକୁ ଉନ୍ମୋଚନ କରିଛନ୍ତି । ଏଣିକି ଓଲା ଓ ଉବେରକୁ ଟକ୍କର ଦେବ ‘ଓଡ଼ିଶା ଯାତ୍ରୀ’ । ଏହି ଆପ୍ ଜରିଆରେ ସାଧାରଣ ଲୋକେ ବୁକ୍ କରି ଅଟୋ ଓ କାର୍ ରେ ଯାତ୍ରା କରିପାରିବେ ।
ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକରେ ଏହି ଆପ କାମ କରିବ । ପରେ ରାଜ୍ୟର ଅନ୍ୟ ସହରରେ ଆପ ସହ ଅଟୋ ଏବଂ ଟ୍ୟାକ୍ସି ମାଲିକଙ୍କୁ ଯୋଡ଼ାଯିବ । ଏ ପର୍ଯ୍ୟନ୍ତ ୧୦ ହଜାର ରୁ ଅଧିକ ଅଟୋ ଓ ଟ୍ୟାକ୍ସି ଏହି ଓଡିଶା ଯାତ୍ରୀ ଆପ ସହ ଯୋଡି ହୋଇଥିବା ନେଇ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି ।
ସେହିପରି ବରମୁଣ୍ଡା ବସଷ୍ଟାଣ୍ଡରେ ୧୨ଟି ଇ ବସର ଉଦଘାଟନ କରିଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ୬୫ ଓ ୬୬ ଦୁଇଟି ନୂଆ ରୁଟରେ ୧୨ ଟି ନୂଆ ବସ ଚଳାଚଳ ଆରମ୍ଭ ହୋଇଛି ଯାହାର ଶୁଭାରମ୍ଭ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ଏହା ସହିତ ସ୍ଵୟଂଚାଳିତ ଟିକେଟ ଭେଣ୍ଡିଂ ମେସିନର ମଧ୍ୟ ଉଦଘାଟନ କରିଛନ୍ତି ମନ୍ତ୍ରୀ । ଏହା ଦ୍ୱାରା ସିଟି ବସରେ ଯାଉଥିବା ଯାତ୍ରୀ ବସରେ ଚଢିବା ପୂର୍ବରୁ ମେସିନରେ ଟଙ୍କା ଗଳାଇ ନିଜ ଟିକେଟ ପାଇ ପାରିବେ । କେଉଁ ବସ କେଉଁ ରୁଟରେ ଯିବ ଓ ଏହାର ଭଡା କେତେ ତାହା ମଧ୍ୟ୍ୟ ମେସିନ ଜରିଆରେ ଜାଣି ପାରିବେ ।