ମୁମ୍ବାଇ-ହାୱାଡ଼ା ମୁଖ୍ୟ ରେଳଲାଇନରେ ଲାଗିଲା ମାଓ ପୋଷ୍ଟର। ତେବେ ରେଳଲାଇନରେ ମାଓ ପୋଷ୍ଟର ଲାଗିଥିବାର ଦେଖି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ମାର୍ଗରେ ରେଳଚଳାଚଳ ବନ୍ଦ ରହିଥିଲା। ସାଧାରଣ ଲୋକଙ୍କୁ ଡ଼ରାଇବା ପାଇଁ ମାଓ ବାଦୀମାନେ ଏହିପରି ପୋଷ୍ଟର ଲଗାଇଥିବା କହିଛନ୍ତି ରେଳ ବିଭାଗ। ଖବରପାଇ କେବଲାଙ୍ଗ ଥାନା ଅଧିକାରୀ ସମେତ ନକ୍ସଲ ସ୍ପାଡ୍ ପହଞ୍ଚି ତନାଘନା କରିଛନ୍ତି ।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ପଶ୍ଚିମ ସିଂହଭୂମ କୋଲ୍ହଣ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀ ସଂଗଠନର କିଛି ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ତେବେ ତାର ପ୍ରତିବାଦରେ ମାଓବାଦୀଙ୍କ ଦିନିକିଆ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ମୁମ୍ବାଇ-ହାୱାଡ଼ା ମୁଖ୍ୟ ରେଳଲାଇନରେ ମାଓ ପୋଷ୍ଟର ଲଗାଇଥିଲେ ମାଓବାଦୀ।ତେବେ ରେଳଲାଇନରେ ମାଓ ପୋଷ୍ଟର ଲାଗିଥିବାର ଦେଖି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟ ମାର୍ଗରେ ରେଳଚଳାଚଳ ବନ୍ଦ ରହିଥିଲା। ହେଲେ ବର୍ତ୍ତମାନ ରେଳ ଚଳାଚଳ ସ୍ୱାଭାବିକ ହୋଇଛି। ଏହାସହିତ ସବୁଠାରେ ସୁରକ୍ଷାକର୍ମୀମାନେ ସଜାଗ ଥିବା ଦେଖିବାକୁ ମିଳିଛି।