ପୁରୀ: ପୁରୀ ଜିଲ୍ଲାରେ ଚନ୍ଦନପୁରରେ ଥିବା ପ୍ରସିଦ୍ଧ ଶିରୁଳି ମହାବୀର ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରର ଲୁହା ଗେଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ।
ଗତକାଲି ମନ୍ଦିରରେ ସନ୍ଧ୍ୟା ଆଳତୀ ଶେଷ ହୋଇଥିଲା । ମନ୍ଦିର ପୂଜକମାନେ କବାଟ ବନ୍ଦ କରି ଯାଇଥିଲେ । ତେବେ ଆଜି ସକାଳୁ ମନ୍ଦିର ପାଳିଆ ସେବାୟତ ଯେତେବେଳେ ମନ୍ଦିର ଖୋଲିଥିଲେ, ସେତେବେଳେ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ମନ୍ଦିର ଅନ୍ୟ କର୍ମଚାରୀଙ୍କୁ ଖବର ଦେବା ସହିତ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ।
ଅନ୍ୟପକ୍ଷରେ ଦୁର୍ବୃତ୍ତମାନେ ଯୋଜନା ବଦ୍ଧଭାବେ ଚୋରୀ କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ଗାଁରେ ଲାଗିଥିବା ଟ୍ରାନ୍ସଫର୍ମରରୁ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଦେଇଥିଲେ । ଏହା ପରେ ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ ଏବଂ ତା ପରେ ମନ୍ଦିରର ଗେଟ୍ ଭାଙ୍ଗି ଚୋରି କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି । ମନ୍ଦିରର ଲୁହା ଗେଟ୍ ଦୁର୍ବଳ ଅବସ୍ଥାରେ ଥିଲା ବୋଲି ପୁଲିସ କହିଛି ।