ନୂଆପଡ଼ା: ଲାଲଗଡ଼ରେ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବଡ଼ ସଫଳତା ମିଳିଛି । କେନ୍ଦ୍ର ସରକାର ମାଓ ଅଭିଯାନ ବିରୋଧରେ ଦେଇଥିବା ଡାକରାକୁ ଜୋରଦାର କରାଯାଇଛି । ଗଲା ୩୬ ଘଣ୍ଟା ହେବା ଉଭୟ ରାଜ୍ୟର ସୀମାନ୍ତରେ ଚାଲିଥିବା ଗୁଳି ବିନିମୟରେ ପୁଣି ଟଳିଛନ୍ତି ୧୨ ମାଓବାଦୀ ।
ଓଡ଼ିଶାର ନୂଆପଡ଼ାରୁ ମାତ୍ର ୫ କିଲୋମିଟର୍ ଦୂର ଛତିଶଗଡ଼ର କୁଲାରୀଘାଟରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଉଭୟ ରାଜ୍ୟର ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ, ଏସଓଜି ଯବାନଙ୍କୁ ନେଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଗତକାଲି ସକାଳୁ ଗର୍ଜିଥିଲା ଗୁଳି । ଉଭୟ ପକ୍ଷ ମଧ୍ୟରେ ବ୍ୟାପକ ଗୁଳି ବିନିମୟ ହୋଇଥିଲା । କିନ୍ତୁ ଲାଲବାହିନୀ ଅଧିକ ସମୟ ତିଷ୍ଠି ରହିପାରି ନ ଥିଲା । ଫଳରେ କାଲି ସୁରକ୍ଷାବାହିନୀର ଏନକାଉଣ୍ଟରେ ୨ ମହିଳା ସିପିଆଇ ମାଓବାଦୀଙ୍କୁ ମୃତ୍ୟୁ ହୋଇଥିଲା । ଏହା ପରେ ତଲାସୀ ଅଭିଯାନ ଜାରି ରହିଥିଲା । ଆଜି ପୁଣି ସକାଳୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୧୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନରେ ଏଯାବତ୍ ସର୍ବମୋଟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଆଇଇଡି ଇତ୍ୟାଦି ଯବତ କରାଯାଇଛି ।
ତେବେ ମୃତ ଦେହକୁ ଏଯାବତ ଜବତ କରାଯାଇ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବା ଅନୁମାନ କରାଯାଉଛି । ଉକ୍ତ ସ୍ଥାନରେ ସର୍ଚ୍ଚ ଅପରସନକୁ ଜବତ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୬ ଦକ୍ଷିଣ ବିଜାପୁର ଜଙ୍ଗଲରେ ସକାଳ ପ୍ରାୟ ୯ଟାରେ ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଥିଲା । ବିଜାପୁର-ସୁକମାର ଡିଆରଜି ଯବାନ, ସିଆରପିଏଫର ୫ଟି କୋବ୍ରା ୟୁନିଟ୍ ଓ ସିଆରପିଏଫର ୨୨୯ତମ ବାଟାଲିୟନକୁ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଯେଉଁଥିରେ ପ୍ରାୟ ଏକ ହଜାର ଯବାନ ସାମିଲ ହୋଇଥିଲେ । ଯବାନଙ୍କ ଗୁଳିରେ ୧୨ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡ଼ିଥିଲା । ମାତ୍ର ଗତକାଲି କୁହାଯାଇଥିଲା ଯେ ଏଥିରେ ୧୮ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ।
ଜାନୁୟାରୀ ୧୨ ତାରିଖରେ ମଧ୍ୟ ବିଜାପୁରରେ ୨ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା । ଗତ ୨୦ ଦିନରେ ପ୍ରାୟ ୪୫ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।