ଅସ୍ତରଙ୍ଗ ବନାଂଚଳ ଅଂଚଳରେ ଚାଲିଛି ଡଲଫିନ ଗଣନା । ସମୁଦ୍ର ଓ ନଦୀରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ । ତେବେ ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ଗଣନା ତିନିଦିନ ଧରି ଚାଲିବାକୁ ଥିବା ବେଳେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ଵରେ ଚାରୋଟି ଟିମ ଗଠନ କରାଯାଇ ଏହି ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି ।
ଏହାସହ ସାମୁଦ୍ରିକ ଅଂଚଳରେ କେତେ ଡଲଫିନ ଅଛନ୍ତି, ତାହାର ସମ୍ପୂର୍ଣ୍ଣ ତଥ୍ୟ ଗଣନା ପରେ ହିଁ ଜଣାପଡିବ ବୋଲି କୁହାଯାଇଛି । ଏହି ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ ,ଦେବୀ ମୁହାଣ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ , ଯାହାନିଆ ଠାରୁ ଗଙ୍ଗା ଦେବୀ ପର୍ଯ୍ୟନ୍ତ ଗୋଟିଏ ଟିମ ସେହିପରି ଯାହାନିଆ ଠାରୁ ବାଲେଶ୍ଵର ପର୍ଯ୍ୟନ୍ତ ସମୁଦ୍ର କୂଳରେ ଦୁଇଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।