ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ବର୍ତମାନ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ହଦଗଡ ହସ୍ତୀ ଅଭୟାରଣ୍ୟର ୯ ଟି ପଏଣ୍ଟରେ ନିଆଁ ଲାଗିଛି । ଏବଂ ନିଆଁକୁ ଆୟତ କରିବା ପାଇଁ ବନବିଭାଗ ଓ ଅଗ୍ନିଶମ ବାହିନୀର ସ୍ପେଶାଲ ଟିମ ଘଟଣା ସ୍ଥଳରେ ପହଂଚିଛନ୍ତି । ଅତ୍ୟଧିକ ଗରମ ସହ ଏବେ ନିଆଁର ପ୍ରଭାବ ବଢୁଥିବାରୁ ଜଙ୍ଗଲରେ ଥିବା ଜୀବଜନ୍ତୁ ଏବେ ବିପଦରେ ରହିଛନ୍ତି । ଏବଂ ବର୍ତମାନ ସମୟରେ ଅତ୍ୟଧିକ ଖରା ଯୋଗୁଁ ଗଛପତ୍ର ସବୁ ଶୁଖିଯାଇଛି । ଆଉ ଏହି ଶୁଖିଲା ପତ୍ର ଯୋଗୁଁ ନିଆଁ ସଙ୍ଗେସଙ୍ଗେ ସବୁଆଡେ ବ୍ୟାପିଯାଉଛି । ଯାହା ଫଳରେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡୁଛି । ତେବେ ହଦଗଡ ରେଂଜ ଅଧିନରେ ୯ଟି ବିଟ ହାଉସ ଥିବାବେଳେ ନିଆଁକୁ ପ୍ରତିରୋଧ କରିବା ପାଇଁ ପ୍ରତ୍ୟେକ ସ୍ଥାନରେ କର୍ମିମାନେ ଜଗିରହିଛନ୍ତି । ଏବଂ ଖୁବଶୀଘ୍ର ନିଆଁକୁ ଆୟତ କରାଯିବ ବୋଲି ବନ କର୍ମଚାରୀମାନେ କହିଛନ୍ତି । ସେପଟେ କଳିଙ୍ଗା ଘାଟିରେ ମଧ୍ୟ ନିଆଁ ଲାଗିଛି । କେହି ଜଣେ ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ବେଳେ ଖବର ପାଇ ଜି.ଉଦୟଗିରି ରେଜଂର ଦାୟିତ୍ୱରେ ଥିବା ବନ କର୍ମଚାରୀ ିଆଁକୁ ଆୟତ କରିଥିବା ଜଣାପଡିଛି ।