ଝାରସଗୁଡା: କଥାରେ ଅଛି ରଖେ ହରି ତ ମାରେ କିଏ । କାରଣ ଏହି କଥା ଏବେ ଝାରସୁଗୁଡାର ବେଲପାହାଡ଼ରେ ଘଟିଛି । କୁନି ପୁଅର ଆଖି ସାମ୍ନାରେ ଟ୍ରେନ ଧକ୍କାରେ ମା’ର ମୃତ୍ୟୁ ହୋଇଥିବା ବେଳେ ୪ ବର୍ଷର କୁନି ପୁଅଟି ଦୁର୍ଘଟଣାରୁ ଅଳ୍ପକେ ବର୍ତିଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ବେଲପାହାଡ଼ ରେଳ ଫାଟକ ନିକଟରେ ।
ସୂଚନା ମୁତାବିକ, ଗତକାଲି (ସୋମବାର) ଅପରାହ୍ନରେ ଉତ୍କଳ ଏକ୍ସପ୍ରେସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଶିଶୁପୁତ୍ର ଅଳ୍ପକେ ବର୍ତ୍ତିଯାଇଛି । ରାସ୍ତା ପାର ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ମୃତ ମହିଳା ଜଣକ ହେଉଛି ମଞ୍ଜୁ ଯାଦବ । ସେ ବେଲପାହଡ଼ରେ ରହୁଥିଲେ । ତେବେ ରେଳବାଇ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।