କରୋନା ଭୟ, ହିତାଧିକାରୀଙ୍କ ଘରେ ପହଁଞ୍ଚିବ ପିଡିଏସ ସମଗ୍ରୀ ଓ ଭତ୍ତା
Khabar Odisha:home-delivery-of-Pension--PDS-to-beneficiaries-in-wake-of-CoronavirusLockdown
ଭୁବନେଶ୍ୱର, ମାର୍ଚ୍ଚ ୨୪ (ଖବର ଓଡ଼ିଶା):

ମହାମାରୀ କରୋନାକୁ ମୁକାବିଲା ନିମନ୍ତେ ପ୍ରତ୍ୟେକ ଦିନ ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟସରକାର । ମହାମାରୀ କରୋନାକୁ ଲୋକମାନଙ୍କ ମଧ୍ୟରେ ରୋକିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଆଜିଠାରୁ ସାରା ଓଡ଼ିଶାକୁ ଲକ ଡାଉନ କରାଯିବା ପରେ ଘରେ ଘରେ ପେନସନ୍ ଓ ପିଡ଼ିଏସ୍ ସାମଗ୍ରୀ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି କରାଯାଇଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ , ଜିଲ୍ଲା ମାଜିଷ୍ଟ୍ରେଟ ଓ ମ୍ୟୁନସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକୀୟ ଗାଇଡଲାଇନ ମଧ୍ୟରେ ରହି ଏ ନେଇ ଆବଶ୍ୟକୀୟ ପଦକ୍ଷେପ ନେବେ । 

 

ସେପଟେ ଆଜି କରୋନା ନେଇ ଭିଡିଓ ମେସେଜରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । କରୋନା ନେଇ ସାରା ଓଡିଶାରେ ଲକ ଡାଉନ ଘୋଷଣା ହୋଇଥିବା ବେଳେ କିଛି କଡ଼ା ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି । କରୋନା ଭାଇରସ୍ ମହାମାରୀ ରୂପ ନେବା ପୂର୍ବରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ପ୍ରଥମେ କିଛି ଜିଲ୍ଲା ପରେ ପୁରା ଓଡ଼ିଶାକୁ ତାଲାବନ୍ଦ କରିଦିଆଯାଇଛି ।

  • Tags:

Subscribe

National International State Sports Entertainment