ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ତଥ୍ୟ ଅନୁସାରେ, ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ସର୍ବାଧିକ ୧୫୯.୦ ମିମି ବର୍ଷା ରେକର୍ଡ ହୋଇଛି। ବାଙ୍ଗିରିପୋଷି ପରେ ମୟୂରଭଞ୍ଜର ଚନ୍ଦନପୁରରେ ୯୯.୬ ମିମି ଏବଂ ବିଜାତଳାରେ ୯୦.୦ ମିମି ବର୍ଷା ହୋଇଛି। ଜିଲ୍ଲାର ସରସକଣାରେ ୭୨ ମିମି ଓ ଜାମଦାରେ ୫୬ ମିମି ବର୍ଷା ମଧ୍ୟ ରେକର୍ଡ ହୋଇଛି।
ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ୭୩ ମିମି ଏବଂ ରେମୁଣାରେ ୫୩ ମିମି ବର୍ଷା ହୋଇଥିବାବେଳେ, କେନ୍ଦୁଝରର ଯୋଡ଼ାରେ ୫୮.୪ ମିମି ବର୍ଷା ରେକର୍ଡ ହୋଇଛି।
ଗତ ୨୪ ଘଣ୍ଟାର ବର୍ଷା ପରିସଂଖ୍ୟାନରେ ମୟୂରଭଞ୍ଜ ଜିଲ୍ଲା ସବୁଠାରୁ ଆଗରେ ରହିଛି। ତେବେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟର ସାମଗ୍ରିକ ବର୍ଷା ସ୍ଥିତି ସ୍ୱାଭାବିକଠାରୁ କମ୍ ରହିଛି।
IMD ଅନୁସାରେ, ରାଜ୍ୟର ଜିଲ୍ଲା ହାରାହାରି ବର୍ଷା ମାତ୍ର ୪.୫ ମିମି ରହିଥିବାବେଳେ ସ୍ୱାଭାବିକ ପରିମାଣ ୧୨.୧ ମିମି ଥିଲା। ଅର୍ଥାତ୍ ରାଜ୍ୟରେ ୬୩ ପ୍ରତିଶତ ବର୍ଷା ନିଅଣ୍ଟ ରେକର୍ଡ ହୋଇଛି।