କେନ୍ଦ୍ରାପଡା : ସମୁଦ୍ର ଗର୍ଭରେ ମିଶିଗଲା ସାତଭାୟାର ଶେଷ ସନ୍ତକ ମା ପଞ୍ଚୁବରାହୀଙ୍କ ମନ୍ଦିର । ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ସାତଭାୟାର ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିରକୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଛି । ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର କୂଳ ଲଙ୍ଘିବାରୁ ସାତଭାୟାର ସାତଟି ଗାଁ ଙ୍କୁ ସମୁଦ୍ର ତା ଗର୍ଭକୁ ଟାଣି ନେଇଥିଲା । ଶେଷରେ ଶେଷ ସନ୍ତକ ଭାବେ ମା ଙ୍କ ପୁରୁଣା ମନ୍ଦିର ସମୁଦ୍ର କୂଳରେ ଥିଲା । ଯାହା ଆଜି ସମୁଦ୍ରର କରାଳ ଗର୍ଭରେ ଲୀନ ହୋଇଯାଇଛି ।
ସମୁଦ୍ରର କ୍ଷୟକ୍ଷତିରୁ ରକ୍ଷା ପାଇଁ ପୂର୍ବରୁ ସରକାର ଓ ସ୍ଥାନୀୟ ଅଞ୍ଚଳର ପ୍ରଚେଷ୍ଟାରେ ମା'ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ବାଗପାଟିଆକୁ ସ୍ଥାନାନ୍ତରିତ କରାଯାଇ ନୂତନ ମନ୍ଦିରରେ ନୀତିକାନ୍ତି ସହିତ ପୂଜାର୍ଚ୍ଚନା କରାଯାଉଛି ।