ଭୁବନେଶ୍ୱର: ଧାନର ଏଫଏକ୍ୟୁ ମାନ କୋହଳ ନେଇ ଜିଲ୍ଲାପାଳ ନେବେ ନିଷ୍ପତ୍ତି । ଯେହେତୁ ଜାତୀୟ ସ୍ତରରେ ଏଫଏକ୍ୟୁ ମାନ ଧାର୍ଯ୍ୟ ହୋଇଛି ତେଣୁ ଏଫଏକ୍ଯୁ୍ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରୋମାଇଜ କରିହେବନି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଯୋଗାଣ ମନ୍ତ୍ରୀଙ୍କ ସଦ୍ୟତମ ସୂଚନା ମୁତାବକ, ଯେଉଁ ଚାଷୀଙ୍କର କ୍ଷତି ହୋଇଛି ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ଏଫଏକ୍ୟୁ ମାନ ଉପରେ ସମ୍ପୂର୍ଣ୍ଣ କମ୍ପ୍ରୋମାଇଜ କରିହେବନି । ଯେହେତୁ ଜାତୀୟ ସ୍ତରରେ ଏଫଏକ୍ୟୁ ମାନ ଧାର୍ଯ୍ୟ ହୋଇଛି, ଏଫସିଆଇ ଚାଉଳ ନେବନି, ପଡ଼ିରହିବ ଏବଂ ନଷ୍ଟ ହେବ । ତେଣୁ କେତେ କୋହଳ କରାଯିବ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ଫେରାଇ ହଇରାଣ ନ କରିବାକୁ ମନ୍ତ୍ରୀ କହିଛନ୍ତି । ଯେତେ ନେଇ ହେବ ନିଅନ୍ତୁ, ପୁରା ନଷ୍ଟ ହେଇଥିଲେ ନେଇ ହେବନି । ଜିଲ୍ଲା ସ୍ତରରେ ଚାଷୀ, ମିଲର, ପ୍ରଶାସନ ବସି ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।