ସମ୍ବଲପୁର: ଓଡ଼ିଶାରେ ପୁଣି ଦାଦନ ଦୁଃଖ ସାମ୍ନାକୁ ଆସିଛି । ଦାଦନ ଖଟିବାକୁ ଯାଇ ବିଜୟୱାଡାରେ ଫଶି ରହିଛନ୍ତି ଶ୍ରମିକ । ସୂଚନା ଅନୁଯାୟୀ ୨ ମାସ ପୂର୍ବେ ବଲାଙ୍ଗୀର ଜିଲ୍ଲାର କିଛି ଦଲାଳଙ୍କ ସହ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଗଏନପୁର ଓ ପାଟପାଲି ଗାଁର ୧୩ ଜଣ ଶ୍ରମିକ ଦାଦନ ଖଟିବାକୁ ବିଜୟୱ।ଡା କୁ ଯାଇ ସେଠାରେ ଏକ ଇଟାଭାଟିରେ ଫସି ରହିଛନ୍ତି। ଇଟାଭାଟିର ଠିକାଦାର ଜଣକ ସେମାନଙ୍କୁ ଦାଦନ ଖଟାଇ ପାରିଶ୍ରମିକ ଦେଉନାହିଁ । ଏପରିକି ଇଟାଭାଟିରେ ଠିକାଦାର ସେମାନଙ୍କୁ ଖାଇବାକୁ ଭଲକି ଦେଉନଥିବା ବେଳେ ଶାରିରୀକ ଓ ମାନସିକ ନିର୍ୟ୍ୟାତନା ମଧ୍ୟ ଦେଉଛି। ଏଣୁ ଫସିଥିବା ୧୩ ଜଣକୁ ସୁରକ୍ଷିତ ଉଦ୍ଧାର କରି ଆଣିବାକୁ ଦାବି କରି ଏସପିଙ୍କ ଦ୍ୱାରସ୍ତ ହୋଇଛି ଫଶିରହିଥିବା ଦାଦନଙ୍କ ସମ୍ପର୍କୀୟ ।