ଭୁବନେଶ୍ୱର: ରଜ ପାଳନ ସହ ନନ୍ଦନକାନନ ବୁଲିବାକୁ ଯୋଜନା କରୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତା ରଜ ସଂକ୍ରାନ୍ତି ଦିନ ଅର୍ଥାତ୍ ଜୁନ୍ ୧୫ (ସୋମବାର) ନନ୍ଦନକାନନ ଚିଡ଼ିଆଖାନା ଓ ବଟାନିକାଲ୍ ପାର୍କ ଖୋଲା ରହିବ।
ସାଧାରଣତଃ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ରଜ ପର୍ବକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ସପ୍ତାହ ପାଇଁ ସାପ୍ତାହିକ ଛୁଟିରେ ପରିବର୍ତ୍ତନ କରିଛନ୍ତି। ଫଳରେ ସୋମବାର ଖୋଲା ରହିବା ସହ ଜୁନ୍ ୧୬ (ମଙ୍ଗଳବାର) ନନ୍ଦନକାନନ ବନ୍ଦ ରହିବ।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ରଜ ଭଳି ବଡ଼ ପର୍ବ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିଥାଏ। ସେଥିପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ସୁବିଧାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ଏଥର ରଜ ଛୁଟିରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ନନ୍ଦନକାନନ ବୁଲିବାକୁ ଚାହୁଁଥିଲେ ସୋମବାର ହିଁ ଯାତ୍ରା ଯୋଜନା କରନ୍ତୁ।