ସମ୍ବଲପୂର ଚିଡ଼ିଆଖାନାରୁ ଏକ ଦୁଃଖତ ଖବର ସାମ୍ନାକୁ ଆସିଛି । ସମ୍ବଲପୁର ଚିଡ଼ିଆଖାନାରେ ରହୁଥିବା ବାଘୁଣୀ ରାନୀର ମୃତ୍ୟୁ ହୋଇଛି। ତେବେ ୭ ବର୍ଷିୟ ବାଘୁଣୀ ରାନୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ନେଇ ଆଜି ସମ୍ବଲପୂର ଠାରେ ନିଜ କାର୍ଯ୍ୟାଳୟରେ ହୀରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି।
ଡିଏଫଓଙ୍କ ସୁଚନା ମୁତାବକ ଗତକାଲି ରାନୀର ସ୍ଥିତି ସ୍ବଭାବିକ ଥିବା ବେଳେ ସଂଧ୍ୟାରେ ହଠାତ୍ ରାନୀ ଅସୁସ୍ଥ ହୋଇପଡିଥିଲା। ତେବେ ସଙ୍ଗେ ସଙ୍ଗେ ରାନୀର ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ଗତ ରାତି ୯ ଟାରୁ ୯ ଟା ୩୦ ମଧ୍ୟରେ ରାନୀର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ବାଘୁଣୀ ରାନୀର ମୃତ୍ୟୁ ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ ହୋଇଥିବା ଆଶଙ୍କା କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ମୃତ କଲରାପତରିଆ ରାନୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।