ବାଲେଶ୍ୱର: ଝିଅ ହେଲାନି ବୋଲି ନବଜାତ ଶିଶୁକୁ ଜଣେ ବାପା ବିକ୍ରି କରିଛି । ୬୦ ହଜାର ଟଙ୍କାରେ ନିଜ ଶିଶୁପୁତ୍ରକୁ ସେ ବିକି ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ସ୍ତ୍ରୀଙ୍କ ଗର୍ଭରୁ ପୁତ୍ର ସନ୍ତାନ ଜନ୍ମ ହେବାରୁ ନବଜାତ ଶିଶୁ ବିକିଦେଇଛନ୍ତି ବାପା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ନଟାକଟା ପଞ୍ଚାୟତର ହଦମୌଦ ଗାଁରୁ ଆସିଛି ଏଭଳି ଘଟଣା ।
ଗ୍ରାମର ଶାନ୍ତି ବେହେରା ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକର ଧର୍ମୁ ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପୂର୍ବରୁ ପ୍ରଥମ ସ୍ତ୍ରୀଙ୍କ ଠାରୁ ତାଙ୍କର ଏକ ପୁତ୍ର ଥିବା ବେଳେ ଦ୍ୱିତୀୟ ପତ୍ନୀଙ୍କ ଠାରୁ ପ୍ରଥମେ ପୁଅଟିଏ ଜନ୍ମ ହୋଇଥିଲା । ପୁର୍ନବାର ସ୍ତ୍ରୀ ଗର୍ଭବତୀ ହେବାରୁ ଝିଅଟିଏ ଚାହୁଁଥିଲେ । ଏଥର ଯଦି ଝିଅ ଜନ୍ମ ହୁଏ, ତେବେ ଘରକୁ ଆଣିବି ନହେଲେ ଫେରିବା ବାଟରେ କାହାକୁ ବିକି ଦେବି, ଏଭଳି କହି ସ୍ତ୍ରୀର ପ୍ରସବ କରାଇବାକୁ ହସ୍ପିଟାଲ ନେଇଥିଲେ ଧୁର୍ମୁ । ହେଲେ ଝିଅ ବଦଳରେ ପୁଅ ହେବାରୁ ନବଜାତ ଶିଶୁକୁ ୬୦ ଟଙ୍କାର ସେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଉଦଳା ଉପଖଣ୍ଡ ଅଧୀନସ୍ଥ ସାଇଁକୁଳା ପଞ୍ଚାୟତ ମାଣିଚ ଗାଁର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ପରେ ଉକ୍ତ ଟଙ୍କାରେ ସେହିଦିନ ଏକ ନୂଆ ବାଇକଟିଏ କିଣି ଧର୍ମୁ ନିଜ ଗାଁରେ ବୁଲାବୁଲି କରିଥିଲେ। ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ଧର୍ମୁ ଗାଡ଼ି ଚଢିବାଟା ସାଧାରଣରେ ସନ୍ଦେହ ଜାତ ହୋଇଥିଲା। ଏହା ପରେ ସତ ଜଣାପଡିଥିଲା ।