ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ବିସ୍ପୋରଣ ହୋଇଛି । ଏହି ବିସ୍ଫୋରଣରେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ବହି ଗୋଦାମରେ ଭୟଙ୍କର ବିସ୍ପୋରଣ ହୋଇଛି । ଏହି ଘଟଣାରେ ତିନି ଗୁରୁତର ହୋଇଛନ୍ତି । ବିସ୍ଫୋରଣର ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି । ବିସ୍ପୋରଣର କାରଣ ସ୍ପଷ୍ଟ ହୋଇନାହିଁ ।