କେନ୍ଦୁଝର: ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ କୋଳିମାଟି ପଞ୍ଚାୟତ କରଡାବଣି ନିକଟରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଅସୁସ୍ଥ ଦନ୍ତାହାତୀ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ଗତ କିଛିଦିନ ତଳେ ଦନ୍ତା ହାତୀ କୁ କେହି ତୀରମାଡ କରିଥିଲେ। ଫଳରେ ଦନ୍ତା ହାତୀ ଟି ଆହତ ହୋଇ ଦୀର୍ଘ ଦିନ ଧରି ବୁଲୁଥିଲା । ଆହତ ଦନ୍ତାକୁ ବନ ବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଇ ତାର ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ବନବିଭାଗ ଅଧିକାରୀମାନେ ପହଞ୍ଚି ଦନ୍ତାର ମୃତଦେହକୁ ଜବତ କରିଛନ୍ତି। ଆହତ ଦନ୍ତା ଦେହରୁ ୬ ଇଞ୍ଚ୍ ର ଏକ ତୀର ବାହାରି ଥିବାବେଳେ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡିବ । ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଳେଇ କହିଛନ୍ତି ।