ଭୁବନେଶ୍ୱର, ଫେବୃଆରୀ 28 (ଖବର ଓଡିଶା) :
ସମ୍ବଲପୁର ସର୍କଲ ଜେଲ ଭିତରେ ସହକର୍ମୀଙ୍କୁ ଓ୍ୱାଡରଙ୍କ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଜେଲ ଓ୍ୱାଡର ଅଶୋକ ଥାର୍ଟିଙ୍କୁ ନିଲମ୍ବନ କଲେ ଜେଲ ଅଧିକ୍ଷକ ।
ଗତକାଲି ରାତିରେ ସମ୍ବଲପୁର ସର୍କଲ ଜେଲ ୱାର୍ଡର ଅଶୋକ ଥାଟି ନିଶାସକ୍ତ ଅବସ୍ଥାରେ ଜେଲକୁ ଆସିଥିଲେ । ଜେଲ କର୍ମଚାରୀ ତାଙ୍କୁ ବାରଣ କରିବାରୁ ସେ ଉତ୍ୟକ୍ତ ହୋଇ ଜେଲର ଆଲୋକ କର ଓ ଜେଲର ଅନ୍ୟ ଜଣେ କର୍ମଚାରୀଙ୍କୁ ମୁଥ ମାରି ମୁହଁ ଫଟାଇ ଦେଇଥିଲେ । ନିଶାସକ୍ତ ୱାର୍ଡରଙ୍କ ନିସ୍ତୁକ ମାଡରେ ଜେଲରଙ୍କ ସହ ଦୁଇ ଜେଲ କର୍ମଚାରୀ ଆହତ ହୋଇଛନ୍ତି । ଜେଲର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ନିଶାସକ୍ତ ୱାର୍ଡରକୁ କାବୁ କରାଯିବା ସହ ଧନୁପାଲି ପୋଲିସକୁ ଲିଖିତ ଅଭିଯୋଗ କରାଯାଇଥିଲା । ଧନୁପାଲି ପୋଲିସ ଜେଲ ପହଞ୍ଚି ୱାର୍ଡରକୁ ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଜେଲ ଓ୍ୱାଡର ଅଶୋକ ଥାର୍ଟିଙ୍କୁ ଜେଲ ଅଧିକ୍ଷକ ନିଲମ୍ବନ କରିଛନ୍ତି ।