ଭୁବନେଶ୍ୱର: ରାଜ୍ୟ ସରକାର ଦୀପାବଳି ଉପଲକ୍ଷେ ଆସନ୍ତା ୨୦ ତାରିଖ ସୋମବାରକୁ ଛୁଟି ଘୋଷଣା କରିଛନ୍ତି । ସେହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜିଷ୍ଟେରିଆଲ୍ କୋର୍ଟ ଏବଂ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ । କେବଳ ନୂଆପଡ଼ାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ଖୋଲା ରହିବ । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ ତାରିଖ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । କେବଳ ବ୍ୟାଙ୍କିଙ୍ଗ୍ ସଂସ୍ଥା ଖୋଲା ରହିବ । ସେହିପରି ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।
ପୂର୍ବର ବିଭିନ୍ନ ପାଞ୍ଜି ଅନୁସାରେ ୨୧ ତାରିଖରେ ଦୀପାବଳି ପାଳନ ହେବାକୁ କୁହାଯାଇଥିବାରୁ ସରକାର ଉକ୍ତ ଦିନକୁ ଛୁଟି ଘୋଷଣା କରିଥିଲେ । ମାତ୍ର ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ମହାସଭାର ଗଣନା ମୁତାବକ ୨୦ ତାରିଖରେ ଦୀପାବଳି ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ସେହିଦିନ ଛୁଟି ରଖିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।