ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେଲେ ଦ୍ରୁତ ବିକାଶ ହେବ : ଧର୍ମେନ୍ଦ୍ର ପ୍ରଧାନ
Khabar Odisha:dharmendra-pradhan-at-angul-garib-kalyan-samabesh
ଖବର ଓଡିଶା : 26/05/2023:

ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଆଠମଲ୍ଲିକରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଉଦ୍ବୋଧନରେ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ ଆଠମଲ୍ଲିକର ବିକାଶ ନ ହେଲେ ରାଜ୍ୟର ବିକାଶ ଅସମ୍ଭବ । କେନ୍ଦ୍ରରେ ମୋଦି ସରକାରଙ୍କ ଶାସନକୁ ୯ ବର୍ଷ ପୂରିଛି । ଦିନକ ପରେ ନୂଆ ସଂସଦ ଭବନ ଉଦ୍‌ଘାଟନ ହେବ । ଏହା ଆମମାନଙ୍କ ପାଇଁ ଅନନ୍ୟ ମୁହୂର୍ତ୍ତ, ଗୌରବର କଥା । ଏହି ଅଞ୍ଚଳର ବିକାଶ ପାଇଁ ଦିଲ୍ଲୀ ଦରବାରରେ ସ୍ଵର ଉତ୍ତୋଳନ କରିବାର ଅବସର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମହତ୍ତ୍ଵ ଲୋକେ ବୁଝିଲେଣି । ଆଠମଲ୍ଲିକ ଅଞ୍ଚଳକୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି ।  

ସେହିପରି କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେଲେ ଦ୍ରୁତ ବିକାଶ ହେବ । ଆଠମଲ୍ଲିକବାସୀ ପୁଣି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ ବୋଲି ଆଶା । ଓଡ଼ିଶାରେ ଆହୁରି ରୋଜଗାର ବଢ଼ାଇବା, ଯୁବପିଢ଼ିଙ୍କୁ ସଶକ୍ତ କରାଇବା । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଉପହାର ଦେଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପଛରେ ମୋଦିଙ୍କ ଅବଦାନ ଯଥେଷ୍ଟ । ଓଡ଼ିଶାର ବହୁ ଅନାଲୋଚିତ ଲୋକଙ୍କୁ ପଦ୍ମଶ୍ରୀ ମିଳିବା ପଛରେ ମୋଦିଙ୍କ ହାତ ରହିଛି । 

ସେହିପରି ଧର୍ମେନ୍ଦ୍ର ଏକଥା ମଧ୍ୟ କହିଛନ୍ତି ଯେ ମୋଦି ସରକାରରେ ଗରିବ କଲ୍ୟାଣ ମୂଳମନ୍ତ୍ର ହୋଇଛି । ବିଶ୍ୱରେ ଭାରତର ନାଁ ପୁନଃସ୍ଥାପିତ ହୋଇଛି । ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଓ ଭାରତର ପ୍ରଗତି ଗତିଶୀଳ ହେଉଛି । ମୋଦିଜୀଙ୍କ ନେତୃତ୍ୱରେ ଦେଶର ବିକାଶ ଓ ଅର୍ଥନୀତି ନୂଆ ଉଚ୍ଚତାରେ ପହଞ୍ଚିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ହୋଇଛି । ବିଶ୍ୱର ସବୁଠୁ ପୁରଣା ଏବଂ ପ୍ରଭାବଶାଳୀ ଗଣତନ୍ତ୍ରର ରାଷ୍ଟ୍ର ହେଉଛି ଭାରତ । ଦେଶର ଅମୃତ କାଳରେ  ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ନୂଆ ସଂସଦ ଭବନର ଲୋକାର୍ପଣ ହେବ, ଯାହା ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ । ଗଣତନ୍ତ୍ରରେ ବାଦ ବିବାଦ୍ ହୋଇପାରେ ମାତ୍ର ଏହାକୁ ନେଇ ବିରୋଧୀ ବିରୋଧ କରିବା ଦୁଃଖର ବିଷୟ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆରେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ସିଧାସଳଖ ଲାଭାର୍ଥୀଙ୍କ ବ୍ୟାଙ୍କ୍ ଖାତାକୁ ଦେବା ପାଇଁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ମୋଦି ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି କିନ୍ତୁ ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରିଛନ୍ତି । 

Subscribe

National International State Sports Entertainment