କଟକ: ଆଜି ପବିତ୍ର ରାମ ନବମୀ । ଏଥିପାଇଁ ଉତ୍ସବ ଗାଁ ଠୁ ସହର । ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ । ଏହାରି ଭିତରେ କଟକ ଜିଲ୍ଲା ବାଙ୍କୀ ବ୍ଲକର ରତାଗଡା ଗ୍ରାମରେ ଏକ ଅଲୈାକିକ ଦୃଶ୍ୟ ଦେଖିବାକୁ ମିଳିଛି । ମାଟି ତଳୁ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଏକ ପିତ୍ତ ବିଗ୍ରହ ଦେଖିବାକୁ ମିଳିଛି । ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ । ଆଜି ରାମ ନବମୀ ଥିବା ବେଳେ ମାଟି ତଳୁ ପ୍ରଭୁଙ୍କ ଆବିର୍ଭାବ ଲୋକମାନଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଛି ।
ସୂଚନା ଅନୁସାରେ, ରତାଗଡା ଗ୍ରାମର ବଳରାମ ରାଉତଙ୍କୁ ଏନେଇ ଶୁକ୍ରବାର ରାତିରେ ସ୍ୱପ୍ନାଦେଶ ହୋଇଥିଲା । ଆଉ ଶନିବାର ସେହି ସ୍ଥାନ ଖୋଳିବା ବେଳକୁ ସେଠାରେ ରାମଙ୍କର ଏକ ପ୍ରତିମୂର୍ତ୍ତି ମିଳିଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ଖୁସି ହୋଇଯାଇଥିଲେ । ତେବେ ଆଜି ରାମନବମୀ ଅବସରରେ ପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠା କରିବାକୁ ଗ୍ରାମବାସୀ ଯୋଜନା କରିଥିବା ଜଣାପଡିଛି ।