ନୁଆ ଭ୍ୟାରିଆଣ୍ଟ କୁ ନେଇ ବଢିଲାଣି ଚିନ୍ତା, ଓମିକ୍ରନ୍ ରିସ୍କ ଦେଶରୁ ଓଡିଶା ଫେରିଛନ୍ତି ୩୮୦
Khabar Odisha:corona-new-variant-omicron-380-people-come-to-odisha
ଭୁବନେଶ୍ୱର, ଡିସେମ୍ବର ୨(ଖବର ଓଡ଼ିଶା):

କରୋନାର ନୁଆ ଭ୍ୟାରିଆଣ୍ଟ “ଓମିକ୍ରନ୍‌” ଏବେ ଚିନ୍ତା ବଢାଇ ଦେଇଛି । ଏପର୍ଯ୍ୟନ୍ତ ୨୫ଟି ଦେଶ ଏହା ଦ୍ୱାରା ସଂକ୍ରମିତ ହୋଇ ସାରିଥିବା ବେଳେ ଏହାକୁ ନେଇ ବିପଦ ଅଧିକ ଘନେଇବାରେ ଲାଗିଛି । ତେଣୁ ବିଭିନ୍ନ ଦେଶ ଏହାର ସଂକ୍ରମଣରୁ ମୁକ୍ତି ପାଇବା ପାଇଁ କଡ଼ା କଟକଣା ମାନ ଜାରୀ କରାଯାଇଛି ।

 ତେବେ ଏହାରି ଭିତରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏକ ବଡ଼ ସୁଚନା ଦେଇଛନ୍ତି । ତାହା ହେଲା ଓମିକ୍ରନ୍ ରିସ୍କ ଦେଶରୁ ଓଡିଶାକୁ ବର୍ତ୍ତମାନ ଫେରିଛନ୍ତି ୩୮୦ଜଣ ଓ ସମସ୍ତଙ୍କର ଟେଷ୍ଟ ହୋଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 ୨୮ ତାରିଖ ସୁଦ୍ଧା ଓଡିଶାକୁ ଆସିଛନ୍ତି ୨୨୪ଜଣ ,୨୯ ତାରିଖରେ ଆଉ ୧୫୬ଜଣ ଆସିଛନ୍ତି । ଯଦି ଏହି ଟେଷ୍ଟରେ ସେମାନଙ୍କର ନେଗେଟିଭ୍ ଆସିଲା । ତେବେ ସେମାନଙ୍କୁ ୭ଦିନ ସଙ୍ଗରୋଧରେ ରହିବାକୁ ପଡିବ । ଅଷ୍ଟମ ଦିନ ଯଦି ପଜିଟିଭ୍ ଆସେ ତେବେ ସେ ଅନୁଯାୟୀ ଚିକିତ୍ସା କରାଯିବ । 

ଅନ୍ୟ ପଟେ ବିଦେଶରୁ ଆସୁଥିବା ଯାତ୍ରୀ ନେଗେଟିଭ୍ ସାର୍ଟିଫିକେଟ୍ ଆଣିବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଏଠାରେ ପହଂଚିବା ପରେ ସେମାନଙ୍କର ପୁଣି କରୋନା ଟେଷ୍ଟ କରାଯିବ ବୋଲି ସୁଚନା ମିଳିଛି । ବର୍ତ୍ତମାନ ଯେତିକି ଜଣ ବାହାରୁ ଆସିଛନ୍ତି ସମସ୍ତଙ୍କ ରିପୋର୍ଟ ଜିଲ୍ଲା ପ୍ରସାଶନ ପାଖରେ ଥିବା ମଧ୍ୟ କୁହାଯାଇଛି । କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ସମସ୍ତ କାର୍ଯ୍ୟ ଚାଲୁ ରହିଛି ।

  • Tags:

Subscribe

National International State Sports Entertainment