ପହଲଗାମ୍ ଆକ୍ରମଣର ଜବାବ୍ ଦେବାକୁ ଭାରତ କରିଥିଲା ଅପରେସନ ସିନ୍ଦୂର । ଏହା ଜରିଆରେ ଏୟାର ଷ୍ଟ୍ରାଇକ କରି ପାକିସ୍ତାନରେ ଲୁଚିଥିବା ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତ । ତେବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଭିତରେ ଏବେ ଯୁଦ୍ଧ ବିରତି ଘୋଷଣା ହୋଇଛି । ଦେଶର ଏଭଳି ଘଡିସନ୍ଧୀ ମୁହୂର୍ତ୍ତରେ ଜନପ୍ରତିନିଧୀ ଏକାଠି ହେବା ଆବଶ୍ୟକ । ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାକି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି କଂଗ୍ରେସ ସେ ଏହି ଦାବି କରିଛନ୍ତି ।
ଏହାପୂର୍ବରୁ ସେ ପହଲଗାମ୍ ଆକ୍ରମଣକୁ ନେଇ ୨୯ ଅପ୍ରେଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବାଚସ୍ପତି ସୁରମା ପାଢୀ, ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ମଧ୍ୟ ଚିଠି ଲେଖି ସ୍ୱତନ୍ତ୍ର ଅଧିବେଶସନ ଦାବି କରିଥିଲେ । ଓଡ଼ିଶାରେ କେତେ ପାକିସ୍ତାନୀ ଅଛନ୍ତି, ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ଆଲୋଚନା କରିବାକୁ ଚିଠି ଲେଖିଥିଲେ କାଡାମ । ସେ କହିଥିଲେ, ‘ଓଡ଼ିଶାରେ ବହୁ ଦେଶର ଲୋକ ବାସବସ କରୁଥିବାରୁ ସେମାନଙ୍କ ଉପରେ ଆଲୋଚନା ହେବା ଜରୁରୀ । ଓଡ଼ିଶାର ଏକତା, ଅଖଣ୍ଡତା ଆମ ମାନଙ୍କର କର୍ତ୍ତବ୍ୟ’ । ହେବ କ୍ଷ ତେଣୁ ଦେଶର ସୁରକ୍ଷା ପାଇଁ ସବୁ ଦଳ ଏକ ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି କାଡାମ ।
ତେବେ ଏହା ପୂର୍ବରୁ ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସମାନ ଢଙ୍ଗରେ ସଂସଦର ସ୍ୱତନ୍ତ୍ର ଅଧିବେଶନ କରିବାକୁ ଅନୁରୋଧ କରିଥିଲେ । ଆଉ ଠିକ୍ ସେହି ଢଙ୍ଗରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମଧ୍ୟ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।