ଭୁବନେଶ୍ୱର: ପୁଣି ଥରେ ସୁଭଦ୍ରା ହିତାଧିକାରୀଙ୍କ ମୁହଁରେ ଫୁଟିଛି ହସ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୩୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁଭଦ୍ରା ଟଙ୍କା ବାଣ୍ଟିଛନ୍ତି । ଆଜି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପାଇନଥିବା ତଥା ନୂତନ କରି ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ମହିଳା ଏବଂ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୫୫ ହଜାର ହିତାଧିକାରୀଙ୍କୁ ମିଳିଲା ଟଙ୍କା ମିଳିଛି ।
ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଚେକ୍ ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ବିକାଶ ବିନା ରାଜ୍ୟର ଉନ୍ନତି ସମ୍ଭବ ହୋଇପାରିବ ନାହିଁ । ଆମ ସରକାରଙ୍କ ପାଇଁ ମହିଳାଙ୍କ କେବଳ ବିକାଶ ନହେଁ ସେମାନଙ୍କ ପ୍ରକୃତ ସଶକ୍ତୀକରଣ ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ମଧ୍ୟ ଘେରିଛନ୍ତି । ବିଗତ ସରକାର ମହିଳା ସଶକ୍ତିକରଣ ନାଁରେ କେବଳ ରାଜନୀତିକରଣ କରୁଥିଲେ ।
ଏହା ସହିତ ମହିଳାଙ୍କ ଦକ୍ଷତା ବିକାଶ ଓ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ତାଲିମ ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।