ଭୁବନେଶ୍ୱର: ଆଜି ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମଦିନକୁ ସାରା ଦେଶ ରାମ ନବମୀ ଭାବେ ପାଳନ କରୁଛି । ଏହି ଅବସରରେ ଗାଁଠୁ ଆରମ୍ଭ କରି ଦେଶରେ ଥିବା ସମସ୍ତ ରାମମନ୍ଦିର ସଜେଇ ହୋଇଛି । ସବୁଠି ପ୍ରକମ୍ପିତ ହେଉଛି ପ୍ରଭୁ ରାମଙ୍କ ନାମ । ପ୍ରଭୁଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼ ।
ଏହି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ,"ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।"