ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସଂଧ୍ୟାରେ ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟର ଏହି ହାଇଭୋଲଟେଜ୍ ବୈଠକ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ।
ସୂଚନା ଅନୁସାରେ, କ୍ୟାବିନେଟରେ ପ୍ରାୟ ୭ଟି ପ୍ରସ୍ତାବ ଆଲୋଚନା ପାଇଁ ଆସିପାରେ। ଉନ୍ନୟନ, ପାନୀୟଜଳ, ପ୍ରଶାସନିକ ସଂସ୍କାର ଓ ଲୋକହିତକର ଯୋଜନା ସମ୍ବନ୍ଧୀୟ କିଛି ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ଥିବା କୁହାଯାଉଛି। ତେବେ କେଉଁ କେଉଁ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ପଡ଼ିବ, ସେନେଇ ସରକାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଙ୍କେତ ମିଳିନାହିଁ।
ଏହି ବୈଠକ ପରେ ରାଜ୍ୟ ପାଇଁ କିଛି ବଡ଼ ଘୋଷଣା ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେପଟେ ଆସନ୍ତା ୪ ତାରିଖରେ ରାଜ୍ୟରେ ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଏହା ପୂର୍ବରୁ ଏହି କ୍ୟାବିନେଟ ଉପରେ ସମସ୍ତଙ୍କ ନଜର ରହିଛି।