ଭୁୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏକା ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ ହୋଇଛି । ଏହା ସହିତ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ସିଏଚଏସଇ ଅଫିସରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ଯୁକ୍ତ ୨ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି । ୩ ଲକ୍ଷ ୯୮ ହଜାର ୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୩ ଲକ୍ଷ ୮୧ ହଜାର ୭୮୧ ପରୀକ୍ଷାର୍ଥୀ ।
କଳା
କଳାରେ ପାସ ହାର ୮୪.୫୦ ପ୍ରତିଶତ ରହିଛି । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କି ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୭୭.୯୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ ପ୍ରତିଶତ ରହିଛି ।
ବାଣିଜ୍ୟ
ବାଣିଜ୍ୟରେ ପାସ୍ ହାର ୮୮.୦୭ ପ୍ରତିଶତ ରହିଛି । ବାଣିଜ୍ୟରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୮୬.୬୭ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ରହିଛି ୯୦.୪୩ ପ୍ରତିଶତ ରହିଛି ।
ବିଜ୍ଞାନ
ବିଜ୍ଞାନରେ ପାସ୍ ହାର ୮୮.୮୦ ପ୍ରତିଶତ ରହିଛି । ଏହି ବିଭାଗରେ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ବିଜ୍ଞାନରେ ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୨୪ ପ୍ରତିଶତ ରହିଛି ।
ଧନ୍ଦାମୂଳକ
ଚଳିତବର୍ଷ ଧନ୍ଦାମୂଳକ ଶିକ୍ଷା ପାସ୍ ହାର ୭୭.୮୨ ପ୍ରତିଶତ ରହିଛି । ଧନ୍ଦାମୂଳକରେ ଛାତ୍ରଙ୍କ ତୁଳନାରେ ମଧ୍ୟ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଙ୍କ ପାସ୍ ହାର ୭୧.୪୯ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୩.୪୫ ପ୍ରତିଶତ ରହିଛି ।
ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ । କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପାଇଁ ସୁଯୋଗ ରହିଛି । ପିଲାଙ୍କ ଜଣଙ୍କ ପାସ୍ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁଯୋଗ ରହିଛି । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ।