ଭୁବନେଶ୍ୱର: ବିଜେଡ଼ି ନେତ୍ରୀ ଶ୍ରୀମୟୀଙ୍କୁ ଦଳରେ ନିର୍ଯ୍ୟାତନା ଦିଆଯାଇଛି । ତାଙ୍କୁ ଅଣଦେଖା କରାଯାଇଛି । ଟିକେଟ୍ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍ ଦିଆଗଲାନି । ସେ ଯାହା ବି କହିଛନ୍ତି ସବୁ ଠିକ୍ କହିଛନ୍ତି । ଆଜି ଶ୍ରୀମୟୀଙ୍କ ସପକ୍ଷରେ ବାହାରି ଏଭଳି କହିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ।
ଦେବାଶିଷ କହିଛନ୍ତି, ଶ୍ରୀମୟୀ ମିଶ୍ରଙ୍କୁ ଦଳରେ ନିର୍ଯ୍ୟାତନା ଦିଆଯାଇଛି । ତାଙ୍କୁ ଟିକେଟ୍ ଦେବାକୁ କହି ବୁଲାଇଲେ । ସମସ୍ତ ଏମ୍ଏଲ୍ଏ ମାନଙ୍କୁ କୁହାଗଲା ସେ ଦଳର ପ୍ରାର୍ଥୀ । କିନ୍ତୁ ତାଙ୍କୁ ଟିକେଟ୍ ଦିଆଗଲାନି । ଶ୍ରୀମୟୀଙ୍କ ଦଳରେ ଅଣଦେଖା କରାଗଲା । ତାଙ୍କ କଥା କେହି ଆଉ ଶୁଣିଲେ ନାହିଁ । ସେ ଯେତେବେଳେ ଯାହା କହିଛନ୍ତି ସବୁବେଳେ ଠିକ୍ କହିଛନ୍ତି ।
ସେହିପରି ପ୍ରଫୁଲ୍ଲ ମଲ୍ଲିକ ଏବଂ ଏମ୍.ଭାସ୍କର ରାଓଙ୍କ ସପକ୍ଷରେ ମଧ୍ୟ ମତ ରଖିଛନ୍ତି । ଏପରିକି ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଠିକ୍ କହିଛନ୍ତି । କୋରାପୁଟରେ ବିଜେଡ଼ି ସଂଗଠନ କହିଲେ ଭାସ୍କର ରାଓଙ୍କୁ ବୁଝାଏ । ପ୍ରଫୁଲ ମଲ୍ଲିକଙ୍କୁ ବିଜେଡିରୁ ସସ୍ପେଣ୍ଡ କରିବା ଦଳର ଭୁଲ୍ ନିଷ୍ପତ୍ତି । ପ୍ରତାପ ଜେନା ଯେଉଁ ଭଳି କହିଲେ ସେଥିପାଇଁ ସେ ଅନୁତାପ କରିଥିବେ । ସେ ଭୁଲ୍ କହିଛନ୍ତି ବୋଲି ଅନୁତାପ କଲେଣି । ଭାସ୍କର ରାଓ ଭଳି ପୁରୁଖା ନେତା ଦଳ ଛାଡ଼ିବା ମଧ୍ୟ ଶୁଭଙ୍କର ନୁହେଁ । ଏହା ଦଳକୁ ଅନେକ କ୍ଷତି ପହଞ୍ଚାଇବ ବୋଲି ଦେବାଶିଷ ସାମନ୍ତରାୟ ।