କେନ୍ଦୁଝରରେ ହାତୀ ଆକ୍ରମଣରେ ଯୁବକ ମୃତ ହୋଇଛି । ସଦର ରେଞ୍ଜ ପିଛୁଳା ଗାଁରେ ହାତୀ ଆକ୍ରମଣରେ ବାଦୁଡିଘେରା ଗାଁର ରାଜେଶ କୁମାର ମହାନ୍ତଙ୍କର ମୃତ୍ୟୁ ଘଟିଛି। ରାଜେଶ ଗୁରୁବାର ବିଲକୁ କାମ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣୀ ଶିକାର ହୋଇଥିଲା। ଏକ ଦନ୍ତା ହାତୀ ହାବୁଡରେ ପଡିଯାଇଥିବା ବେଳେ ହାତୀଟି ତାଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା।
ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉଦ୍ଧାର କରାଯାଇ କେନ୍ଦୁଝର ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହାତୀ ଆକ୍ରମଣକୁ ନେଇ ଅଞ୍ଚଳବାସୀ ଭୟଭୀତ ଥିବା ବେଳେ ପୋଲିସ ଓ ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି।