ଭୁବନେଶ୍ୱର : ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ୧୯ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ୬ ଜଣଙ୍କୁ ଯୌନ ନିର୍ଯାତନା ଓ ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ହୋଇଛି। ୨ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥ୍ଯ ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି ।
ବିଧାନସଭା ମୌସୁମୀ ଅଧିବେଶନର ଆଜି ଥିଲା ଦ୍ଵିତୀୟ ଦିନ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳରୁ ଚାଲିପାରିଲାନି ଗୃହ। ହୋହଲ୍ଲା ଓ ହଙ୍ଗାମାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କଲେ ବାଚସ୍ପତି।