କେନ୍ଦୁଝର: କେନ୍ଦୁଝରରେ ହାତୀ ଆକ୍ରମଣରେ ଯୁବକ ମୃତ। ସଦର ରେଞ୍ଜ ପିଛୁଳା ଗାଁରେ ହାତୀ ଆକ୍ରମଣରେ ଗାଁର ରାଜେଶ କୁମାର ମହାନ୍ତଙ୍କର ମୃତ୍ୟୁ ହୋଇଯାଇଛି। ରାଜେଶ ଗତକାଲି ବିଲ କାମ ପାଇଁ ଲୋକ ଡାକିବାକୁ ବାଦୁଡିଘେରା ଗାଁକୁ ଯାଇଥିଲେ, ଠିକ୍ ସେତିକି ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା ।
ସୂଚନା ଅନୁଯାୟୀ, ରାଜେଶ ଗତକାଲି ସକାଳେ ନିଜ ବିଲ କାମ କରିବା ପାଇଁ ଲୋକ ଡାକିବାକୁ ବାଦୁଡିଘେରା ଗାଁକୁ ଯାଇଥିବା ବେଳେ, ଏକ ଦନ୍ତାହାତୀ ହାବୁଡରେ ପଡ଼ି ଯାଇଥିଲେ । ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ, ତାଙ୍କୁ ସେଠାରୁ ଉଦ୍ଧାର କରି କେନ୍ଦୁଝର ଧରଣୀଧର ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏଠାରୁ ତାଙ୍କର ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ଓ ବନବିଭାଗ ଘଟଣାର ତଦନ୍ତ ଜାରି ରଖିଛନ୍ତି ।