ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା ବଡ଼ ବୟାନ ଦେଇଛନ୍ତି । ରାଜ୍ୟସଭା ପାଇଁ ପୁରୁଖା ନେତାଙ୍କୁ ଚୟନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ପରୋକ୍ଷରେ ସେ ନିଜ କଥା କହୁଥାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ପୁରୁଖା ନେତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ । ସାଂଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଥିବା ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଚାର କଲେ ଭଲ ହେବ । ସବୁଠୁ ବଡ଼ ହେଲା ଦଳ ଆଉ ଦଳର ସଭାପତି । ଏସବୁକୁ ସଭାପତି ବିଚାରକୁ ନେଲେ ଭଲ ହେବ । ଏ ନେଇ ବିଭିନ୍ନ ଫୋରମରେ ଚିନ୍ତା କରାଯାଉଥିବ । କେଉଁ ପାରାମିଟରରେ କିଏ ଆସୁଛି ସଭାପତି ଚିନ୍ତା କରୁଥିବେ । ତେଣୁ ଅପେକ୍ଷା କରିବା ଉଚିତ । ଜାତୀୟ ସ୍ତରରେ ଆଞ୍ଚଳିକ ଦଳ ବି ପୁରୁଖା ନେତାଙ୍କୁ ପ୍ରାଧାନ୍ୟ ଦିଅନ୍ତି । ଆମେ ବି ଦେଲେ ଭଲ ବୋଲି ସେ କହିଛନ୍ତି ।