ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ସୀମା ଅନ୍ତର୍ଗତ ସାର୍ଦ୍ଦୁଳ ଗାଁରେ ଜଣେ ଯୁବକଙ୍କୁ ଚୋରି କରୁଥିବା ସନ୍ଦେହ କରି ପିଟି ପିଟି ହତ୍ୟା କରାଯାଇଛି। ମୃତକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲାର କୁରୁମୁଙ୍ଗିଆ ଗାଁର ବାନଧର ପ୍ରଧାନ।
ସୂଚନା ମୁତାବିକ, ଶୁକ୍ରବାର ବିଳମ୍ବିତ ରାତିରେ ଚୋରି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଗାଁ ଲୋକେ ଦୁଇଜଣଙ୍କୁ ଧରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସିଯିବାରେ ସଫଳ ହୋଇଥିଲେ, ଅନ୍ୟ ଜଣଙ୍କୁ ଧରାପଡ଼ିଥିଲା। ଲୋକମାନେ ତାଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ୍ ମାଡ ମାରିଥିଲେ। ପରେ ସକାଳେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭଞ୍ଜନଗର ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ସାର୍ଦ୍ଦୁଳ ଗାଁରେ ଏକ ଶିବିର ସ୍ଥାପନ କରିଛି। ଆକ୍ରମଣରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚାଲିଛି। ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ସାରଦୁଲ ଗାଁର ୩୦ରୁ ଅଧିକ ପୁରୁଷ ଏବଂ ମହିଳାଙ୍କୁ ଥାନାକୁ ଉଠାଇ ଆଣିଛନ୍ତି। ଆଜି ଭଞ୍ଜନଗର ପୁଲିସ୍ ସାରଦୁଲ ଗାଁକୁ ଗାଙ୍ଗପୁର, ତାରସିଂ, ବେଲଗୁଣ୍ଠା ଅଞ୍ଚଳରେ ଚଢାଉ କରିଛି। ଗିରଫ ଭୟରେ ପୁରୁଷଶୂନ୍ୟ ହୋଇଯାଇଛି ଗାଁ।
ଅଧିକ ପଢନ୍ତୁ: କେନ୍ଦ୍ରାପଡାରେ ଅଘଟଣ; ମହୁମାଛି ଆକ୍ରମଣରେ ଜଣେ ମୃତ, ୬ ଆହତ