ବଲାଙ୍ଗୀର; ବଲାଙ୍ଗୀରରେ ଆତଙ୍କ । ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା । ମୁହଁରେ ମୁଖା ଓ ହାତରେ ଖଣ୍ଡା ଧରି ରାସ୍ତାରେ ଯୁବକଙ୍କୁ ଗୋଡାଇଲେ ଦୁର୍ବୁତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ ।
ସୂଚନା ଅନୁସାରେ ଗତକାଲି ରାତିରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ଖଣ୍ଡା ଧରି ଜଣେ ଯୁବକଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଗୋଡ଼ାଇଥିଲେ। ସୌଭାଗ୍ୟବଶତଃ, ଯୁବକ ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ ଏକ ଦୋକାନ ଭିତରରେ ଦୌଡ଼ି ପଶିଯାଇ ଦ୍ୱାର ବନ୍ଦ କରିଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ସେମାନଙ୍କ ଖଣ୍ଡା ସାହାଯ୍ୟରେ ଲୁହା ଗେଟ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାଙ୍ଗି ନପାରିବାରୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଏହି ଆକ୍ରମଣ ପଛର କାରଣ ପୂର୍ବ ଶତ୍ରୁତା ହୋଇପାରେ ବୋଲି ଅନୁମାନ କରାଯାଉଛି।
ସୂଚନା ପାଇବା ପରେ ବଲାଙ୍ଗିର ଟାଉନ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି। ଏବଂ ଘଟଣା ସ୍ଥଳରେ ପୁଲିସ ମାମଲାର ତଦନ୍ତ କରୁଛି।