ପୁରୀ: ପୂର୍ବ ଶତ୍ରୁତା ପାଇଁ ଲକ୍ଷ୍ମୀ ବସ୍ ମଧ୍ୟରେ ପଶି ଯାତ୍ରୀଙ୍କୁ ହାଣିଲେ ଦୁବୃର୍ତ୍ତ । ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସରେ ଘଟିଛି । ଦୁବୃର୍ତ୍ତଙ୍କ ଆକ୍ରମଣରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ପୁରୀ ଜିଲ୍ଲା କଣାସ ହରଷପଡାରୁ ସତ୍ୟବାଦୀ ଶୁକଳକୁ ଯାଉଥିବା ଲକ୍ଷ୍ମୀ ବସ୍ ଭିତରେ ଦୁବୃର୍ତ୍ତ ପଶି ଧାରୁଆ ଅସ୍ତ୍ରରେ ଯାତ୍ରୀଙ୍କୁ ହାଣିଛନ୍ତି । ଏହି ସମୟରେ ଦୁବୃର୍ତ୍ତଙ୍କୁ ବିରୋଧ କରୁଥିବା ଯାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ଆକ୍ରମଣକାରୀ ଓ ଗୁରୁତର ୪ ଯାତ୍ରୀଙ୍କୁ ଚିକିତ୍ସା ପାଇଁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏନେଇ କଣାସ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ଲକ୍ଷ୍ମୀ ବସକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।