ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ସାରା ରାଜ୍ୟର ଅଧିକାଂଶ ଜିଲ୍ଲାରେ ପଡିଛି । ବର୍ତ୍ତମାନ ପୂର୍ବ ଦିଗରୁ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ଫଳରେ ବଙ୍ଗୋପସାଗରରୁ ଆର୍ଦ୍ରତା ଆସୁଥିବା ବେଳେ ରାଜ୍ୟରେ ପାଗ ମେଘୁଆ ସହ ଆହୁରି ୨ ଦିନ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ଆଞ୍ଚଳିକା ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଅଛି । ଏହାରି ମଧ୍ୟରେ ୧୧ ଜିଲ୍ଲାକୁ ଆଗାମୀ ତିନି ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣଂ ମଧ୍ୟ ଜାରି କରାଯାଇଛି । ସେଗୁଡିକ ହେଉଛି ଗୁଡ଼ିକ ହେଉଛି ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, କଟକ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନାଗିରି, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସେହିପରି ୨ ତାରିଖରେ ମଧ୍ୟ ୯ ଜିଲ୍ଲାରେ ବର୍ଷା ଲାଗି ରହିବ । ଜିଲ୍ଲା ଗୁଡ଼ିକ ଦେଉଛି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର । ଆଗାମୀ ୩ ରୁ ୪ ଦିନ ପାଇଁ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅନ୍ୟପଟେ ଭୁବନେଶ୍ବରରେ ସର୍ବାଧିକ ୨୮.୦ ଡିଗ୍ରୀ ଓ ସର୍ବନିମ୍ନ ୨୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କଟକରେ ସର୍ବାଧିକ ୨୬.୮ ଡିଗ୍ରୀ ଓ ସର୍ବନିମ୍ନ ୧୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।