ସ୍ବମୀର ମୃତଦେହକୁ ନେଇ ଟଣା ଓଟରା । ଦର୍ଶକ ବନ୍ଧୁ ଆପଣ ଶୁଣିଥିବେ ଘରର ସମ୍ପତ୍ତିକୁ ନେଇ ଝଗଡା ହେବାର କଥା । କିନ୍ତୁ ଶୁଣିଛନ୍ତିକି ସ୍ବାମୀର ମୃତ ଦେହକୁ ନେଇ ଟଣା ଓଟରା ! ତେବେ ଏହି ଭଳି ଗୋଟେ ଆଶ୍ଟର୍ୟ୍ୟକର ଘଟଣା ଦେଖିବାକୁ ମିଳିଛି କଟକ SCB ମେଡିକାଲ ପରିସରରେ । ପ୍ରାଣହରାଇ ଥିବା କନଷ୍ଟବଳର ମୃତ ଦେହକୁ ନବା ପାଇଁ ପ୍ରଥମ ସ୍ତ୍ରୀ ଏବଂ ଦ୍ୱିତୀୟ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ। ତେବେ କିଏ ନବ ସ୍ବମୀର ମର ଶରୀର ଏନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ପ୍ରଥମ ସ୍ତ୍ରୀ କହୁଛନ୍ତି ଯେହେତୁ ମୋର ଗୋଟେ ୭ବର୍ଷର ପୁଅ ଅଛି ତେଣୁ ମୋ ସ୍ବାମୀଙ୍କ ମୃତଦେହ ମୁଁ ନେବି । ଆଉ ଦ୍ୱିତୀୟ ସ୍ତ୍ରୀ କହୁଛି ଯେହେତୁ ମୁଁ ୩ ବର୍ଷ ହେଲା ତାଙ୍କୁ ବିବାହ କରି ତାଙ୍କ ପାଖରେ ରହୁଛି ସ୍ବାମୀଙ୍କ ମରଶରୀର ଉପରେ ହକ୍ ମୋର । ତେବେ ଏହାରି ଭିତରେ କନଷ୍ଟବଳ ଅଭୟ କୁମାର ବେହେରାଙ୍କ ମୃତ ଦେହ ତାଙ୍କ ମାଙ୍କୁ ହସ୍ତାନ୍ତର କରିଛି ପୋଲିସ ।
କାନ୍ଦିକାନ୍ଦି ଫାଟି ପଡୁଛି ମେଡିକାଲ ପରିସର । ଗୋଟେ ରୋଜଗାରିଆ ପୁଅକୁ ହରାଇ ମାର ଆଖିରୁ ଆଉ ଲୁହ ଶୁଖୁନାହିଁ । ମା କହୁଛି ମୋ ଧନକୁ ମତେ ଦେଇଦିଅ ମୁଁ ତାକୁ ନେଇକି ମୋ ଗାଁକୁ ପଳାଇବି । ମା ର ଦୁଃଖ ଅବା କିଏ ବୁଝିପାରିବ ? ୯ ମାସ ନିଜ ଗର୍ଭରେ ସନ୍ତାନକୁ ସେ ଜନ୍ଣ ଦେଇଥିଲା, ଆଉ ଆଜି ତାକୁ ଏଇ ଦିନ ଦେଖିବାକୁ ପଡିବ ବୋଲି ସେ କେବେ ଭାବିନଥିଲା। ଅନ୍ୟପଟେ ଭଉଣୀକୁ ଗେହ୍ଲା କରିଥିବା ଭାଇକୁ ହରାଇ କୋହ ସମ୍ଭାଳିପାରୁନି ଭଉଣୀ । ଏହି ଦୃଶ୍ୟକୁ ଦେଖିଲେ ଆପଣମାନଙ୍କ ଆଖିକୁ ବି ଲୁହ ଚାଲିଆସିବ ।
ଅଭୟ କୁମାର ବେହେରା କଟକ ଫୁଲନଖରା ସ୍ଥିତ ଏନଏଚ୍ ଟ୍ରାଫିକରେ କନେଷ୍ଟବଳ ଥିଲେ । ଘର ଖୋର୍ଦ୍ଧା ବେଗୁନିଆ ଗୋଲାପାଟଣା ଅଞ୍ଚଳରେ । ଗତ ଶନିବାର ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଥିବାବେଳେ ଗତରାତିରେ ଅଭୟଙ୍କ ମୃତ୍ୟୁ ହୋଇଥିଲା । ୨୦୧୬ରେ ପୁରୀ ପୋଲିସ ବିଭାଗରେ କାର୍ୟ୍ୟରତ ଦେବସ୍ମିତା ସେଠୀଙ୍କୁ ପ୍ରେମବିବାହ କରିଥିଲେ । ଅଭୟଙ୍କ ଏକ ୭ ବର୍ଷର ସନ୍ତାନଟିଏ ବି ଅଛି । କିନ୍ତୁ ବିବାହର ବର୍ଷେ ପରେ ପରିବାର ଅଦାଲତରେ ଅଭୟ ଆବେଦନ କରିଥିଲେ ଛାଡ଼ପତ୍ର । ଯାହା ଏଯାଏଁ କୋର୍ଟରେ ବିଚାରାଧିନ ଥିବାବେଳେ ୨୦୨୧ରେ ଅଭୟ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ ଓ ତାଙ୍କ ସହ ରହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ରିନୁ ମଲ୍ଲିକ। ମୃତ୍ୟୁ ଖବର ପାଇବା କ୍ଷଣି ମୃତଦେହ ନେବା ପାଇଁ ମେଡିକାଲରେ ପହଞ୍ଚିଥିଲେ ଉଭୟ ମହିଳା । ସେହି ଆଧାରରେ ଆଜି ଅଭୟଙ୍କ ମୃତଦେହକୁ ନେବା ପାଇଁ ରିନୁ ଜିଦ୍ ଧରିଥିବାବେଳେ ପ୍ରଥମ ପତ୍ନୀବି ସମାନ ଦାବି କରିଛନ୍ତି । ଏସବୁ ଭିତରେ ମଙ୍ଗଳାବାଗ ପୋଲିସ ଓ ଏସିପି ଏସସିବିରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରି ଅଭୟଙ୍କ ମା’ଙ୍କୁ ହିଁ ମୃତଦେହ ହସ୍ତାନ୍ତର କରିଥିଲେ।