ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ରାଜ୍ୟରେ ଅଧିକାଂଶ ସ୍ଥାନରେ କୋହଲା ପାଗ ହୋଇଛି । କାଳବୈଶାଖୀର ପ୍ରଭାବରେ ପ୍ରବଳ ବର୍ଷା ସହ କୁଆପଥର ଓ ଘଡଘଡି ମଧ୍ୟ ହେଉଛି । ଆଜି ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନରୁ ସୂଚନା ମିଳିଛି ।
ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିବା ସହିତ ବର୍ଷା ଘଡଘଡି ହେଉଛି । ଗତକାଲି ସନ୍ଧ୍ୟାରେ ଟ୍ୱିନ ସିଟି ଆକାଶ କଳାହାଣ୍ଡିଆ ମେଘରେ ଆଚ୍ଛାଦିତ ହୋଇଥିଲା । କାଳବୈଶାଖୀର ପ୍ରଭାବରେ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳୁଛି ।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହେଉଥିବା ବଜ୍ରପାତରେ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି । କାଳବୈଶାଖୀର ପ୍ରଭାବ କମିବା ପରେ ରାଜ୍ୟରେ ପୁଣି ପାରଦ ଉପରମୁହାଁ ହେବ । ତତଲା କଢ଼େଇରେ ସିଜିବ ସାରା ରାଜ୍ୟ । ପୁଣି ଦିନ ତାପମାତ୍ରା ବୃଦ୍ଧି ହୋଇ ୪୦ ଡ଼ିଗ୍ରୀ ପାର ହେବ ।