ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ପାଣି ମାଗିଲେ ମାଡ଼ । ତେବେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡା ବ୍ଳକର ରଘୁବାରି ପଞ୍ଚାୟତରେ । ଦୀର୍ଘଦିନ ଧରି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ରଘୁବାରି ପଞ୍ଚାୟତ ବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ରହୁଥିବା ବେଳେ ଉକ୍ତ ସମସ୍ୟା ବିଷୟରେ ବିଭିନ୍ନ ସମୟରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ। ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକର ଡିମିରିଗୁଡ଼ା ପଞ୍ଚାୟତର ପାଲକାପଡ଼ା ଠାରେ ବିଜେଡ଼ି ପକ୍ଷରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଚାଲିଥିଲା । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ଯୋଗ ଦେବାପାଇଁ ଯାଉଥିଲେ। ତେବେ ମନ୍ତ୍ରୀଙ୍କ ଗ୍ରସ୍ତ ନେଇ ଗ୍ରାମବାସୀ ଖବର ପାଇବା ପରେ ରଘୁବରୀ ଗ୍ରାମର ୩୦ ରୁ ୪୦ ଜଣ ମହିଳା ଖାଲି ହାଣ୍ଡି, ମାଠିଆ ଧରି ପ୍ରତିବାଦ ସୁରୁପ ପାଣି ମାଗିଥିଲେ। ଏହି ସମୟରେ ବିଜେଡ଼ି ଦଳର ଯୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟ କର୍ମୀ ମାନେ ବୁଝା ସୁଝା କରିବା ସମୟରେ ଉତେଜନା ବୃଦ୍ଧି ପାଇଥିଲା। ଯାହାକୁ ନେଇ ରଘୁବାରୀ ଗ୍ରାମର ହରେକୃଷ୍ଟ ବେହେରା ଭିଡିଓ ଉତ୍ତୋଳନ କରିବା ସମୟରେ ବିଜୁ ଜନତା ଦଳର କର୍ମୀ ଧୀରେନ୍ଦ୍ର ପାଣିଗ୍ରାହୀ, ହରେକୃଷ୍ଟ୍ ବେହେରାଙ୍କ ମୋବାଇଲ ଛଡାଇବା ସହ ମାଡ ମାରିଥିବା ନେଇ ଅମ୍ବାଦଳା ଥାନାରେ ସେହି ବ୍ୟକ୍ତିଙ୍କ ନାମରେ ଏକ ଲିଖିତ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ମନ୍ତ୍ରୀଙ୍କ ନାମ ମଧ୍ୟ ଉଲ୍ଲେଖ ହୋଇଛି।
ପ୍ରକାଶ ଥାଉକି, ଏତେ ସବୁ ଘଟଣା ଘଟିବା ପରେ ଘଟଣା ସ୍ଥଳରେ ଥାଇ ମଧ୍ୟ ଆଇନ ମନ୍ତ୍ରୀ ଗାଡ଼ି ଭିତରେ ଚୁପ ହୋଇ ବସିଥିଲେ। ଏହାକୁ ନେଇ ଜନ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଅଧିକା ପଢନ୍ତୁ: ନୂଆ ରେର୍କଡ ସୃଷ୍ଟି କଲା ସୁନା