ସୁନା ଦର ବୃଦ୍ଧି ଜାରି ରହିଛି ଏହା କମିବାର ନାଁ ହିଁ ନେଉନାହିଁ । ଏହି ଧାତୁ ଦିନକୁ ଦିନ ନୂଆ ରେର୍କଡ ସୃଷ୍ଟି କରୁଛି । ଆଜି ପ୍ରଥମ ଥର ପାଇଁ ୭୪ ହଜାର ଟଙ୍କା ପାର କରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା। ସେହିପରି ୨୨ କ୍ୟାରେଟ ସୁନା ଦର ୬୮ ହଜାର ଟଙ୍କାର ନିକଟତର ହୋଇଛି। ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୮୦ ଟଙ୍କା ମହଙ୍ଗା ହୋଇ ୭୪ ହଜାର ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ଘଟି ୬୭ ହଜାର ୯୫୦ ଟଙ୍କା ହୋଇଛି। ଗତକାଲି ଏହାର ଦର ୭୩ ହଜାର ୧୫୦ ଟଙ୍କା ଥିଲା। ଆଜି ଏଥିରେ ୯୮୦ ଟଙ୍କାର ବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଆଜି ରୁପା ଦର କିଲୋଗ୍ରାମ ପିଛା ୧ ହଜାର ଟଙ୍କା ମହଙ୍ଗା ହୋଇ ୯୦ ହଜାର ୫୦୦ ଟଙ୍କାରେ ପହଞ୍ଚିଛି। ସୁନା ଦରରେ ଏହି ବୃଦ୍ଧି ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ ବୋଲି ଏବଂ ଦେଶବାସୀଙ୍କର ମାନ୍ଦା ବ୍ୟବସ୍ଥା ବୋଲି କୁହାଯାଉଛି ।
ଅଧିକା ପଢନ୍ତୁ: ତାତିରୁ ସିଝୁଛି ସାରା ଓଡିଶା