ଭୁବନେଶ୍ୱର: ଆର ପାରିରେ ଭେଟେରାନ ଓଡ଼ିଆ ଚଳଚିତ୍ର ଅଭିନେତା ସଚ୍ଚିଦାନନ୍ଦ ପଣ୍ଡା। ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ୱର ବାସଭବନରେ ଶେଷ ଦର୍ଶନ କରୁଛନ୍ତି ଶୁଭେଛୁ ଓ ସହ କଳାକାର। ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ।
ଏକାଧିକ ଓଡ଼ିଆ ଚଳଚିତ୍ର, ମେଗା ଧାରାବାହିକରେ ସେ ଅଭିନୟ କରିଛନ୍ତି। କଳାଧଳା ଓଡ଼ିଆ ଚଳଚିତ୍ର ପିପାସାରେ ମୁଖ୍ୟ ହିରୋ ଭାବେ ଅଭିନୟ କରିଥିଲେ। ଏଥିସହ ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ରୟତି ଢୋଲମାରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ମଧ୍ୟ ଥିଲେ।